ବିନିକା: ବିନିକା ଏନଏସି ୯ ନମ୍ବର ୱାର୍ଡ ପାଲିପଡ଼ାରେ ବୃଦ୍ଧଙ୍କୁ ତଣ୍ଟି କାଟି ହତ୍ୟା ଉଦ୍ୟମ ଘଟଣାରେ ଫେରାର ଥିବା ଅଭିଯୁକ୍ତ ରମେଶ ଭୋଇଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ୧୦ ଦିନ ପରେ ପୁଲିସ ରମେଶଙ୍କୁ ସୋନପୁର ବସଷ୍ଟାଣ୍ଡରେ ଗିରଫ କରିବାରେ ସଫଳ ହୋଇଥିବା ବିନିକା ଆଇଆଇସି କଲ୍ୟାଣୀ ବେହେରା ପ୍ରକାଶ କରିଛନ୍ତି। ଗତ ୧୭ ତାରିଖ ରାତିରେ ପୂର୍ବ ଶତ୍ରୁତାରୁ ପାଲିପଡ଼ା ନିନା ନାଗଙ୍କ ଘରେ ଶୋିଥିବା ରାଜକୁମାର ନାଗ (୬୦)ଙ୍କ ତଣ୍ଟି କାଟି ଦେଇଥିଲେ ଅଭିଯୁକ୍ତ। ଘଟଣା ପରଠାରୁ ଅଭିଯୁକ୍ତ ଫେରାର ଥିଲେ।
ବୃଦ୍ଧଙ୍କୁ ହତ୍ୟା ମାମଲା :ଜଣେ ଗିରଫ
/sambad/media/post_attachments/wp-content/uploads/2019/01/tment-can-i-go-to-rehab-instead-of-jail-article-photo-hands-of-prisoner-8.jpg)