ମନମୁଣ୍ଡା : ସୋମବାର ସଂଧ୍ୟାରେ ବୌଦ୍ଧ ଜିଲ୍ଲା ଶଗଡ଼ା ପଞ୍ଚାୟତ ଅନ୍ତର୍ଗତ କୁରୁମୁଣ୍ଡା ଛକ ନିକଟରେ ରାଜନୈତିକ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଶରଧାପାଲି ଗ୍ରାମର ସୁଜିତ ପ୍ରଧାନ (୨୬)ଙ୍କ ମୃତ୍ୟୁ ଘଟିଥିବା ବେଳେ ଟୁନା ଓରଫ ଦଶରଥ ପ୍ରଧାନ (୨୮) ଗୁରୁତର ଆହତ ହୋଇ ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Advertisment

ପରିବାରବର୍ଗଙ୍କ କହିବାନୁସାରେ, କୁରୁମୁଣ୍ଡା ଗାଁର ଅଗସ୍ତି ପ୍ରଧାନଙ୍କ ପୁଅ ସୁଜିତ ଓ ସ୍ୱର୍ଗତ ଅକ୍ଷୟ ପ୍ରଧାନଙ୍କ ପୁଅ ଟୁନା ଓରଫ ଦଶରଥ ପ୍ରଧାନ (୨୮) ଗୋଟିଏ ବାଇକରେ ବରଗୋଚ୍ଛା ପଟୁ ଶଗଡ଼ା ପଟକୁ ଯାଉଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ପରାଜୟ ବରଣ କରିଥିବା ଗୋଷ୍ଠୀଙ୍କ ସହିତ ଏମାନଙ୍କ ମଝିରେ ମଝିରେ ଝଗଡ଼ା ହେଉଥିଲା। ସୋମବାର ସଂଧ୍ୟାରେ ଉଭୟଙ୍କୁ ଦେଖି ଅପରଗୋଷ୍ଠୀ ଅତର୍କିତ ଆକ୍ରମଣ କରିଥିଲେ। ଗୁରୁତର ସୁଜିତଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏ ବିଷୟରେ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇ ନଥିବା ଆଇଆଇସି ଉମାକାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି।