ବାଉଁଶୁଣି: ବୌଦ୍ଧ ଜିଲ୍ଲା ଦହ୍ୟା ପଞ୍ଚାୟତର ମହେଶ୍ୱର ପିଣ୍ଡା ଓ ମନୁପାଲି ପଞ୍ଚାୟତର ଜମଟାଙ୍ଗି ଗ୍ରାମରେ କରାଯାଇଥିବା ଧାନ ଚାଷ ଅମଳକ୍ଷମ ହୋଇସାରିଥିଲେ ମଧ୍ୟ ଲଘୁଚାପଜନିତ ଅଦିନିଆ ବର୍ଷା କାରଣରୁ ଚାଷୀମାନେ ଅମଳ କରିପାରୁ ନାହାନ୍ତି। ଧାନ କଟାଯାଇ ବିଲରେ ଥିବା ବେଳେ ବର୍ଷାରେ ଭିଜି ଯାଇଥିବା କାରଣରୁ ତାହାକୁ ବିଲରେ ଶୁଖାଇବାକୁ ପଡ଼ୁଥିବା ବେଳେ କଟାଯାଇ ନଥିବା ଧାନ ବର୍ଷା କାରଣରୁ ମାଟିରେ ଶୋଇ ପଡ଼ିଥିବାରୁ ସେଗୁଡ଼ିକ ମଧ୍ୟ କଟାଯାଇପାରୁନାହିଁ। ଚାଷୀର ଏଭଳି ଦୁର୍ଦ୍ଦିନ ସମୟରେ କୃଷି ବିଭାଗର କର୍ମଚାରୀମାନେ ଚାଷୀମାନଙ୍କ ପାଖରେ ଛିଡ଼ା ହୋଇ ସେମାନଙ୍କୁ ପରାମର୍ଶ ଦେବା ପରିବର୍ତ୍ତେ କେବଳ କୃଷକମେଳା ଆୟୋଜନରେ ବ୍ୟସ୍ତ ରହୁଥିବାରୁ ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ପରିସ୍ଥିତିରେ ଚାଷ କରିଥିବା କରଜ ଓ ଋଣ କିପରି ଶୁଝିବେ ସେ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ତେଣୁ କୃଷି ବିଭାଗ ତରଫରୁ କ୍ଷୟକ୍ଷତିର ଆକଳନ କରାଯାଇ ସେମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ଚାଷୀ ମହଲରୁ ଦାବି ହେଉଛି।
ବର୍ଷାରେ ଭିଜିଲା ଡାଳୁଅ ଧାନ, ଚିନ୍ତାରେ ଚାଷୀ
/sambad/media/post_attachments/wp-content/uploads/2018/06/baudh11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)