ଘଣ୍ଟାପଡା/କଣ୍ଟାମାଳ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ଦାବିରେ ବିଜେଡି ପକ୍ଷରୁ କଣ୍ଟାମାଳ ବ୍ଲକ ଅଫିସ ସମ୍ମୁଖରେ ଧାରଣ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଣ୍ଟାମାଳ ବ୍ଲକ ସଭାପତି ବିପିନ ବିହାରୀ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯକ୍ରମରେ କଣ୍ଟାମାଳ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା, ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ କୃତ୍ତିବାସ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ମମତା ପ୍ରଧାନ, ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ଏସ୍ସି ସେଲର ସଭାପତି ଦେବୀ ନାଏକ, ପୂର୍ବ ବ୍ଲକ ଅଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, କଣ୍ଟାମାଳର ପୂର୍ବ ସରପଞ୍ଚ ସୁଶାନ୍ତ ନାଏକ, ବରିଷ୍ଠ ବିଜେଡି ନେତା ରମଣି ରଞ୍ଜନ ପ୍ରଧାନ, ଯୁବ ବିଜେଡି ନେତା ଶମ୍ଭୁପ୍ରସାଦ ସାହୁ, ପ୍ରମୋଦ ରଣା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ସମାଲୋଚନା କରିଥିଲେ। ଧାନର ସହାୟକ ମୂଲ୍ୟ ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିବା, ଚଳିତ ଖରିପ ଋତୁରେ ଚାଷୀଙ୍କ ଫସଲହାନିର କ୍ଷୟକ୍ଷତିର ସହାୟତା ପ୍ରଦାନରେ ପାତରଅନ୍ତର ନୀତି ଏବଂ ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଁ ବିଧାନସଭା କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ନଦେବା ଆଦି ନେଇ ନାରବାଜି କରିଥିଲେ। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଜେଡିର ଗଣଧାରଣା
/sambad/media/post_attachments/wp-content/uploads/2018/01/baudh1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)