ବୌଦ୍ଧ: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା ଏସ୍‌ଟିଏଫ୍‌, ଅଭିଯୁକ୍ତ ଗିରଫ

ବୌଦ୍ଧ: ବଜ୍ରକାପ୍ତା ଚାଲାଣ ବେଳେ ଏସ୍‌ଟିଏଫ୍‌କୁ ମିଳିଲା ବଡ଼ ସଫଳତା। ବୌଦ୍ଧ ଜଙ୍ଗଲ ଅଧିକାରୀଙ୍କ ସହାୟତାରେ ଗତକାଲି ଏସ୍‌ଟିଏଫ୍‌ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। କଣ୍ଟାମାଳ ପୁଲିସ୍‌ ଷ୍ଟେସନ୍‌ ଅଧୀନସ୍ଥ ଖୁଣ୍ଟିଗୁରା ଗ୍ରାମରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ସୋନପୁର ଜିଲ୍ଲାର ତରଭା ପୁଲିସ୍‌ ଷ୍ଟେସନ୍‌ ଅଧୀନସ୍ଥ ତେନ୍ତୁଳିଆମଣ୍ଡର ବିଶେଶ୍ବର ବଗର୍ତ୍ତି।

ବିଶେଷ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିବାରୁ ଏସ୍‌ଟିଏଫ୍‌ ହାତରେ ଚାଲଣ ହେଉଥିବା ଜୀବନ୍ତ ବଜ୍ରକାପ୍ତାଟି ଲାଗିଥିଲା। ବଜ୍ରକାପ୍ତା ଓଜନ ୧୨ କିଲୋ ୪୦୦ ଗ୍ରାମ୍‌। କେବଳ ବଜ୍ରକାପ୍ତା ନୁହେଁ, ଚଢ଼ାଉ କାଳରେ ଏସ୍‌ଟିଏଫ୍‌ ଆନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରିିଛି।

ଏସ୍‌ଟିଏଫ୍‌ ଅଭିଯୁକ୍ତକୁ ଧରିବା ପରେ ଆବଶ୍ୟକୀୟ କାର୍ଯାନୁଷ୍ଠାନ ପାଇଁ କଣ୍ଟାମାଳ ଜଙ୍ଗଲ ଅଧିକାରୀଙ୍କୁ ହସ୍ତାନ୍ତର କରିଛି। ତେବେ ଜୀବନ୍ତ ବଜ୍ରକାପ୍ତାକୁ ବୌଦ୍ଧର ଡିଏଫ୍‌ଓଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ତଦନ୍ତ ଜାରି ରହିଛି।

 

ସମ୍ବନ୍ଧିତ ଖବର