ବିନିକା: ବିନିକା ଥାନା କାଲାଟିକ୍ରା ଗାଁ ବିଲରେ ଘୁଡ଼ୁଘୁଡ଼ି ପଟି ଖେଳ ଚାଲିଥିବା ବେଳେ ପୁଲିସ ବୁଧବାର ଚଢ଼ଉ କରିଛି। ପୁଲିସ ପହଞ୍ଚି ଯିବାରୁ ସବୁ ଫେରାର୍ ହୋଇଯାଇଥିଲେ। ସେହି ସ୍ଥାନରୁ ପୁଲିସ ୧୩ଟି ବାିଖ୍ ଓ ୬୩୦୦ ଟଙ୍କା ଜବତ କରିଛି। ଏଥି ସହ କାଲାଟିକ୍ରାର ସୁବ୍ରତ ଭୋଇ (୪୦) ଓ ଶୁକ୍ରୁ ପରଡ଼ିଆ (୫୦)ଙ୍କୁ ଅଟକ ରଖିଛି। ବିନିକା ଥାନା ଅଧିକାରୀ କଲ୍ୟାଣୀ ବେହେରା, ଏସ୍ଆଇ ସରୋଜ ପାଣିଗ୍ରାହୀ, ଏଏସ୍ଆଇ ଶଙ୍କର କୁମ୍ଭାର ପ୍ରମୁଖ ଚଢ଼ଉ କରିଥିଲେ।
ଘୁଡ଼ୁଘୁଡ଼ୁ ପଟି ଖେଳ ବେଳେ ଚଢ଼ଉ:୧୩ ବାଇକ ସହ ଟଙ୍କା ଜବତ, ୨ ଅଟକ
/sambad/media/post_attachments/wp-content/uploads/2018/05/baudh3.jpg)