ପୋଷ୍ଟର, ବ୍ୟାନର ଲଗାଇଲେ ପ୍ରାର୍ଥୀଙ୍କ ଖର୍ଚ୍ଚରେ ଯୋଡ଼ାଯିବ

ପର୍ଯ୍ୟବେକ୍ଷକଙ୍କ କଡ଼ା ତାଗିଦ

ବୌଦ୍ଧ: ରବିବାର କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଥିଲା। ବିଭିନ୍ନ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ପ୍ରସାର ନେଇ ପୋଷ୍ଟର, ବ୍ୟାନର ଓ ପତାକା ଲଗାଯାଇଥିଲା। ସାଧାରଣ ପର୍ଯ୍ୟବେକ୍ଷକଙ୍କ ଏହା ଦୃଷ୍ଟିଗୋଚର ହେବାରୁ ଆଜି ନିର୍ବାଚନମଣ୍ଡଳୀର ଖୁଣ୍ଟିଗୋରା, ସିନ୍ଧିଗୁଡ଼ା, ଆମ୍ବଗାଁ, ଘଣ୍ଟାପଡା ଓ ଉମା ଗାଁର ସରକାରୀ ସ୍ଥାନରେ ଲଗାଯାଇଥିବା ପ୍ରାୟ ୭ହଜାର ପୋଷ୍ଟର, ବ୍ୟାନର ଓ ପତାକାକୁ ହଟାଯାଇଥିଲା। ଅଚାରଣ ବିଧିର ପୁନର୍ବାର ଉଂଲଘନ ହେଲେ କିମ୍ବା ପୁନରାବୃତ୍ତି ହେଲେ ସେଗୁଡ଼ିକକୁ ହଟାଇବା ବାବଦର ଖର୍ଚ୍ଚ ସଂପୃକ୍ତ ପ୍ରାଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସହ ଯୋଡାଯିବ ବୋଲି କଡ଼ା ତାଗିଦ ମଧ୍ୟ କରାଯାଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଳାପାଳ ଶୀତାଂଶୁ ରାଉତ ପ୍ରେସ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର