ବାଉଁଶୁଣି: ବୌଦ୍ଧ ଜିଲ୍ଲା ମନମୁଣ୍ଡା ବିଦ୍ୟୁତ୍ ସବ୍ ଡିଭିଜନରୁ ବୌଦ୍ଧ ବ୍ଲକ୍ ଦହ୍ୟା ପଞ୍ଚାୟତଠାରୁ ଖଣ୍ଟବନ୍ଧ ପର୍ଯ୍ୟନ୍ତ ବାଉଁଶୁଣି ସବ୍ଷ୍ଟେସନ ଦେଇ ବିଦ୍ୟୁତ୍ ଯୋଗାଣ ହେଉଛି। କିନ୍ତୁ ଗତ ସୋମବାର ଓ ମଙ୍ଗଳବାର ରାତି ୯ଟାରୁ ସକାଳ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ କରାଯାଉ ଥିବାରୁ ୧୫ରୁ ଅଧିକ ପଞ୍ଚାୟତବାସୀ ଅନ୍ଧାରରେ ରହିଛନ୍ତି। ଫଳରେ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ମନମୁଣ୍ଡା ଏସ୍ଡିଓଙ୍କୁ ରାତିରେ ଫୋନ୍ କଲେ ଫୋନ୍ ବିଜି ରହୁଥିବା ବତାଉଛି। ଫଳରେ ବିଦ୍ୟୁତ୍ କାଟର ସଠିକ୍ କାରଣ ଜଣାପଡୁ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ବିଦ୍ୟୁତ୍ କାଟ, ଦୁଇ ଦିନ ହେଲା ୧୫ ପଞ୍ଚାୟତ ଅନ୍ଧାରରେ
/sambad/media/post_attachments/wp-content/uploads/2018/06/power-shut-WEB.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)