ବୌଦ୍ଧ,: ଶୁକ୍ରବାର ବୌଦ୍ଧ ଜିଲ୍ଳାପାଳ ତଥା ଜିଲ୍ଳା ନିର୍ବାଚନ ଅଧିକାରୀ ଶୀତାଂଶୁ ରାଉତଙ୍କ ତତ୍ତ୍ାବଧାନରେ ଜିଲ୍ଲାର ଦୁଇ ନିର୍ବାଚନମଣ୍ଡଳୀ ବୌଦ୍ଧ ଓ କଣ୍ଟାମାଳର ମୋଟ ୪୧୧ଟି ବୁଥ ସକାଶେ ଇଭିଏମ୍ ମେସିନର କମିସନିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ପ୍ରାୟ ୫୦ଟି ମେସିନର କମିସନିଂ କରାଯାଇଥିବା ବେଳେ ୪ଦିନ ବ୍ୟାପି ଏହି ପ୍ରକ୍ରିୟାକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯିବ ବୋଲି ଉପଜିଲ୍ଳାପାଳ ତଥା ରିଟର୍ଣ୍ଣିଂ ଅଫିସର ଏନସି ଜ୍ୟୋତି ରଂଜନ ନାୟକ ସୂଚନା ଦେଇଛନ୍ତି। କମିସନିଂ ବେଳେ ଜିଲ୍ଳାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ପ୍ରାର୍ଥୀଙ୍କ ଉପସ୍ଥିତିରେ ଏହା କରାଯାଇଥିଲା। ସେହିପରି ନିର୍ବାଚନର ପ୍ରାକ ପ୍ରସ୍ତୁତି କ୍ରମେ ଆଜି ନିର୍ବାଚନ ଦାୟିତ୍ବ ଦିଆଯିବାକୁ ଥିବା ୨୭୧୨ ପୋଲିଂ ଅଫିସିଆଲଙ୍କୁ ତୃତୀୟ ପର୍ଯ୍ୟାୟ ତାଲିମ ପ୍ରଦାନ କରାଯାଇଥିଲା। ଅପରପକ୍ଷେ ଯେଉଁମାନେ ନିର୍ବାଚନ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି ସେମାନେ କିଭଳି ପୋଷ୍ଟାଲ ମାଧ୍ୟମରେ ଭୋଟ ଦେଇପାରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା ବେଳେ ସେମାନେ ଫର୍ମ୧୨ ସହିତ ନିଜର ଭୋଟର ପ୍ରମାଣପତ୍ର ପ୍ରାଧିକୃତ ଅଧିକାରୀଙ୍କ ଠାରେ ଜମା କରିବା ପାଇଁ ଜିଲ୍ଳା ନିର୍ବାଚନ ବିଭାଗ ପକ୍ଷରୁ କୁହାଯାଇଛି।
ବୌଦ୍ଧ ଜିଲ୍ଲା ପ୍ରାକ୍ ନିର୍ବାଚନ ପ୍ରସ୍ତୁତି:ଇଭିଏମର କମିସନିଂ ଆରମ୍ଭ
/sambad/media/post_attachments/wp-content/uploads/2019/04/vote-machine-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)