ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ଥାନା ସହଲା ଗ୍ରାମର ରାଜା ମେହେର(୧୮)ଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି। ପ୍ରେମ ସଂପର୍କକୁ କେନ୍ଦ୍ର କରି ରାଜାଙ୍କୁ ହତ୍ୟା କରି ରେଳ ଧାରଣାରେ ପକାଇ ଦିଆଯାଇଛି ବୋଲି ରାଜାଙ୍କ ପିତା କାର୍ତ୍ତିକ ମେହେର ଡୁଙ୍ଗୁରିପାଲି ଥାନା, ଏସ୍ପି ସୋନପୁର ଓ ରେଲେଓ୍ଵ ପୁଲିସ ଅଧିକାରୀଙ୍କ ଠାରେ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ଆଜି ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆ ଯାଇ ନଥିବାରୁ ସେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିବା ଜଣାଯାଇଛି।
କାର୍ତ୍ତିକ ମେହେର ଉଚ୍ଚ ନ୍ୟାୟାଳୟରେ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ତାଙ୍କ ପୁଅ ରାଜା ଗତ ଏପ୍ରିଲ ୧୦ ତାରିଖ କୁଶାମାଲ ରେଳ ଧାରଣା ନିକଟରେ ମରି ପଡ଼ିଥିବା ଖବର ପାଇ ଘଟଣା ସ୍ଥଳକୁ ଯିବା ପରେ ତାଙ୍କ ପୁଅର ମୁଣ୍ଡରେ ଧାରୁଆ ଅସ୍ତ୍ରରେ ଆଘାତ ଲାଗିଥିବା ଚିହ୍ନ ରହିଥିଲା। ଡାହାଣ ଜଙ୍ଘରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଶ୍ରୀ ମେହେରଏସ୍ପି ସୁବର୍ଣ୍ଣପୁର ଓ ରେଲେଓ୍ଵ ପୁଲିସ ଅଧିକାରୀ ବଲାଙ୍ଗୀରଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ। ବହୁଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶ୍ରୀ ମେହେର ହାଇକୋର୍ଟଙ୍କ ଆଶ୍ରୟ ନେଇଥିବା ପ୍ରକାଶ କରିଛନ୍ତି। ସେ ଦେଇଥିବା ଅପିଲରେ ଦର୍ଶାଇଛନ୍ତି ଯେ ଡୁଙ୍ଗୁରିପାଲି ଅଞ୍ଚଳର ଜଣେ ମହିଳା ତାଙ୍କ ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗ କରି ରାଜାଙ୍କ ନାମରେ ଡୁଙ୍ଗୁରିପାଲି ଥାନାରେ ଏତଲା ଦେଇଥିଲେ। ଆହୁରି ମଧ୍ୟ ୧୬.୧.୨୦୧୮ ତାରିଖରେ ଉକ୍ତ ମହିଳା ନିଜ ପରିବାରର କେତେକ ସଦସ୍ୟଙ୍କୁ ଧରି ତାଙ୍କ ଘରକୁ ଯାଇ ରାଜାଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇ ଆସିଥିଲେ। ଏଣୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ନିବେଦନ କରିଛନ୍ତି।
ସହଲାର ରାଜା ମୃତ୍ୟୁ ଘଟଣା:ତଦନ୍ତରେ ଶିଥିଳତା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାପା
/sambad/media/post_attachments/wp-content/uploads/2018/05/claim-001-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)