ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ବିଳାସପୁର/ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଖଟଖଟିଆ ଗାଁର ପ୍ରଭାକର ନାଗ (୨୧) ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଦ୍ୱାରା ଗିରଫ ହୋଇଛି। ପ୍ରଭାକର ସେହି ଗାଁର ଜଣେ ୨୨ ବର୍ଷିୟା ଯୁବତୀଙ୍କୁ ୩ ବର୍ଷ ହେଲା ଭଲ ପାଉଥିଲା ଓ ବିବାହର ପ୍ରତିଶ୍ରୁତି ଦେଇଥିଲା। ତେବେ ପ୍ରଭାକର ଆସନ୍ତା ୨୮ ତାରିଖରେ ଅନ୍ୟତ୍ର ବିବାହ କରିବ ବୋଲି ସଂପୃକ୍ତ ଯୁବତୀ ଜାଣିବା ପରେ ମଙ୍ଗଳବାର ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନାରେ ୨୯/୧୮ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ଗୌରୀ ମଲ୍ଲିକ ପ୍ରକାଶ କରିଛନ୍ତି। ପ୍ରଭାକର ପୂର୍ବରୁ ସଂପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା ଓ ପରେ ଘଟଣା ପ୍ରକାଶ ପାଇବା ଭୟରେ ସେ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

ସମ୍ବନ୍ଧିତ ଖବର