ମହାନଦୀରେ ବୁଡ଼ି ନିଖୋଜ ହୋଇଗଲେ ଆଇଆରବି ଯବାନ, ଉଦ୍ଧାର କାର୍ଯ୍ୟ ଜାରି

ବୌଦ୍ଧ: ବୁଧବାର ବୌଦ୍ଧସ୍ଥିତ ମହାନଦୀରେ ଜଣେ ଆଇଆରବି ଯବାନ ନିଖୋଜ ହୋଇଯାଇଛନ୍ତି। ବୌଦ୍ଧର ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ଟ ଟିମ ପକ୍ଷରୁ ନିଖୋଜ ଯବାନଙ୍କୁ ଖୋଜିବା ଆରମ୍ଭ ହୋଇଛି।

ସୂଚନା ଅନୁସାରେ ଆଜି ପୂର୍ବାହ୍ନରୁ ବୌଦ୍ଧ ଜିଲ୍ଲା ବଲସିଙ୍ଗାରେ ଥିବା ଆଇଆରବି ୫ମ ବାଟାଲିୟନ ପକ୍ଷରୁ ବୌଦ୍ଧ ପୋଲ ମହାନଦୀ ଘାଟରେ ତାଲିମ କାର୍ଯ୍ୟକ୍ରମ ଚାଲିଥିଲା। ତେବେ ସମସ୍ତଙ୍କ ଉପସ୍ଥିତିରେ ଦେଖୁ ଦେଖୁ ପ୍ରଦ୍ୟୁମ୍ନ ପଣ୍ଡା(୩୦) ନାମକ ଜଣେ ଯବାନ ମହାନଦୀ ଜଳରେ ବୁଡି ନିଖୋଜ ହୋଇ ଯାଇଥିଲେ।

 

ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ଟ ଟିମ୍‌ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ତେବେ ଦୀର୍ଘ ଦୁଇ ଘଣ୍ଟାରୁ ଉର୍ଧ୍ବ ସମୟ ଧରି ଖୋଜାଖୋଜି ହେବା ପରେ ମଧ୍ୟ ଯବାନଙ୍କର କୌଣସି ଖୋଜ୍‌ଖବର ମିଳୁନଥିବା ଜଣାପଡିଛି। ତେବେ ସେ ଲାଇଫ ଜାକେଟ ଓ ଅକ୍ସିଜେନ ସିଲିଣ୍ଡର ସହ ବୁଡି ଯାଇଥିବା କୁହାଯାଉଛି।

ପ୍ରକାଶଯୋଗ୍ୟ ବର୍ତ୍ତମାନ ହୀରାକୁଦ ନଦୀବନ୍ଧରୁ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ମହାନଦୀରେ ଜଳଭର୍ତ୍ତି  ଥିବା ସହ ପ୍ରଖର ସ୍ରୋତ ରହିଛି। ଯବାନ ଜଣକ ନଦୀରେ ଭାସି ଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର