ସଡ଼କ ଦୁର୍ଘଟଣା ୨ ଗୁରୁତର

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୭ସ୍ଥିତ ଖୁଣ୍ଟବନ୍ଧ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ହରଭଙ୍ଗା ବ୍ଲକ ସଙ୍କୁଲେଇ ଗାଁର ଜୀବନ ନାଏକ(୨୧) ଏବଂ ସୁର୍ଯ୍ୟକାନ୍ତ ଭୁକ୍ତା(୩୦)। ଗୁରୁବାର ସଂଧ୍ୟା ପ୍ରାୟ ୭ଟାରେ ଉଭୟେ ଏକ ବାଇକରେ ବାଉଁଶୁଣୀରୁ ବୌଦ୍ଧ ଆଇଆରବିକୁ ଫେରୁଥିବା ବେଳେ ଖୁଣ୍ଟବନ୍ଧ-ବୁରୋକଟା ଠାରେ ଏକ ସାଇକଲ ଆରୋହୀଙ୍କ ସହ ଧକ୍କା ହୋଇଥିଲା। ଏଥିରେ ବାଇକ ଭାରସାମ୍ୟ ହରାଇବାରୁ ଦୁହେଁ ଛିଟିକି ପଡିଥିଲେ। ସାଇକଲ ଆରୋହୀ ଜଣକଙ୍କ କିଛି ହୋଇ ନଥିବା ଜଣାଯାଇଛି। ତେବେ ସ୍ଥାନୀୟ ଲୋକେ ଆହତ ଯୁବକ ଦ୍ବୟଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଡାକ୍ତରଖାନା ପହଞ୍ଚାଇଥିଲେ। ଜୀବନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।

ସମ୍ବନ୍ଧିତ ଖବର