ବିପର୍ଯ୍ୟୟ ସ୍କୁଲ ରାସ୍ତା: ପାଣିରେ ପଡ଼ିଲା ୧୦ ଲକ୍ଷ

ବୌଦ୍ଧ: ବୌଦ୍ଧ ଜାତୀୟ ରାଜପଥ ୫୭ରୁ ମୁର୍ଷୁଣ୍ତୀ ପଞ୍ଚାୟତ ହାଇସ୍କୁଲକୁ ସ˚ଯୋଗ କରୁଥିବା ସ୍କୁଲ ରାସ୍ତାକୁ ଗତ ଦୁଇଟି ଆର୍ଥିକ ବର୍ଷରେ ଦୁଇ ଥର ନିର୍ମାଣ କରାଗଲାଣି। ଗତ ୨୦୧୬-୧୭ରେ ୫ଲକ୍ଷ ବ୍ୟୟରେ ଏକ କ˚କ୍ରିଟ ରୋଡ୍‌ କରାଯାଇଥିଲା। ମାତ୍ର ତାହା ସ୍କୁଲ ପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲା। ନିମ୍ନମାନର ଓ ଅର୍ଧନିର୍ମିତ ଅବସ୍ଥାରେ ଛାଡ଼ି ଦିଆଗଲା। ପରେ ମୁର୍ଷୁଣ୍ତୀ ପଞ୍ଚାୟତ ଦ୍ବାରା ଗତ ୨୦୧୭-୧୮ରେ ପୁଣି ୫ଲକ୍ଷ ଟଙ୍କା ବ୍ୟୟରେ ରୋଡ୍‌ ଉପରେ ମେଟାଲ ଓ ମୁରୁମ ପକାଯାଇ ପାଦଚଳା ରାସ୍ତା କରାଯାଇଥିବା କୁହାଯାଉଛିି। ତାହା ମଧୢ ୬ମାସ ତିଷ୍ଟି ପାରିଲା ନାହିଁ। ସିଧାସଳଖ ୧୦ଲକ୍ଷ ଟଙ୍କା ପାଣିରେ ପଡ଼ିଲା। ରାସ୍ତା ଅବସ୍ଥା ଏବେ ଶୋଚନୀୟ। ମୁର୍ଷୁଣ୍ତୀ ପଞ୍ଚାୟତ ସ୍କୁଲରେ ପଢୁଥିବା ମୋଟ ୧୪୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ସ୍କୁଲ ଯିବା ବାଟରେ ହଇରାଣ ହେଉଛନ୍ତି। ରାସ୍ତାର ଖାଲଖମାରେ ପଡ଼ି ଖଣ୍ତିଆ ଖାବରା ହେଉଛନ୍ତି। ବର୍ଷା ହେଲେ ସ୍କୁଲ ଯିବା ପାଇଁ ଆଉ ରାସ୍ତା ମିଳୁ ନାହିଁ। ପାଣିରେ ପଶି ସ୍କୁଲ ଯିବାରୁ ଛାତ୍ରୀମାନଙ୍କୁ ହଟହଟା ହେବାକୁ ପଡୁଛି। ଅପରପକ୍ଷେ ଉକ୍ତ ରାସ୍ତାର ଆଉ ଏକ ପାର୍ଶ୍ବରେ ପ୍ରାୟ ୨୦ ପରିବାରର ବସ୍ତି ମଧୢ ରହିଛି। ରାସ୍ତା ନଥିବାରୁ ବସ୍ତିବସୀନ୍ଧା ହଇରାଣ ହେଉଛନ୍ତି। ମାତ୍ର ଏଥିପ୍ରତି କାହାରି ନିଘା ନାହିଁ। ସ୍କୁଲ କତ୍ତୃର୍ପକ୍ଷ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିବା କୁହାଯାଉଛି। ଖୋଦ ଜିଲ୍ଲ‌ାପାଳ ଉକ୍ତ ରାସ୍ତାର ଦୁରାବସ୍ଥା ଦେଖି ଏଥିପାଇଁ ଦାୟୀ କେନ୍ଦୁପତ୍ର ଓ ଆର୍‌ଏମ୍‌ସି ଅଧିକାରୀଙ୍କ ଉପରେ ବସିଥିଲେ। ତୁରନ୍ତ ରାସ୍ତା ନିର୍ମାଣ କରାଯିବାକୁ ତାଗିଦ ମଧୢ କରିଥିଲେ। ମାତ୍ର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ବି ପାଳନ ହେଲା ନାହିଁ। ସୂଚନା ଅନୁସାରେ ଉକ୍ତ ରାସ୍ତାର ଗୋଟେ ପାର୍ଶ୍ବରେ କେନ୍ଦୁପତ୍ର ବିଭାଗର ନୂଆ କାର୍ଯ୍ୟାଳୟ କୋଠା ନିର୍ମାଣ ହୋଇଛି। ନିର୍ମାଣ କାମ ଚାଲିଥିବା ବେଳେ ବଡ ବଡ ମାଲବାହୀ ଗାଡ଼ି, ଟ୍ରକ୍‌ରେ ନିର୍ମାଣ କାମରେ ବ୍ୟବହାର ଇଟା, ବାଲି ପଥର ଓ ଅନ୍ୟାନ୍ୟ ସାମଗ୍ରୀ ଅଣାଯିବାରୁ ପୂର୍ବରୁ ତିଆରି ରାସ୍ତା କ୍ରମଶଃ ନଷ୍ଟ ହୋଇଯାଇଥିଲା। ସେହିପରି ଆରଏମସିର ଗୋଦାମ ଘର ଥିବାରୁ ଗାଡ଼ି ପ୍ରତିଦିନ ଯାୟତାୟତ କରି ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ କରିଥିଲା। ତେବେ କେନ୍ଦୁପତ୍ର କାର୍ଯ୍ୟାଳୟ କୋଠା ନିର୍ମାଣ ଶେଷ ହୋଇ ସାରିଥିବା ବେଳେ ସ˚ପୃକ୍ତ ସ˚ସ୍ଥା ବିଭାଗୀୟ ଅଧିକାରୀ ସ୍କୁଲ ରାସ୍ତା ମରାମତିକୁ ଅଣଦେଖା କରିଦେଇଥିବା ସାଧାରଣରେ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର