ସଡ଼କ ଦୁର୍ଘଟଣାରେ ଯବାନ ଗୁରୁତର

ବୌଦ୍ଧ: ଜାତୀୟ ରାଜପଥ ୫୭ର ମୁର୍ଷୁଣ୍ଡି ଛକ ଠାରେ ଏକ ଟ୍ରାକ୍ଟରରେ ବୁହା ଯାଉଥିବା ଲୁହା ଛଡ଼ରେ ପିଟି ହୋଇ ବଲାସିଂଘା ଗ୍ରାମର ଆଇଆରବି ଯବାନ ବ୍ୟୋମକେଶ ନାଏକ (୨୬) ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୌଦ୍ଧ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ୟୋମକେଶଙ୍କ ଗୋଟିଏ ହାତ ଭାଙ୍ଗିଯାଇଥିବା ବେ‌ଳେ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ସଂଧ୍ୟା ପ୍ରାୟ ୭ଟାରେ ସେ ବୌଦ୍ଧରୁ ବଲାସିଂଘାକୁ ଫେରୁଥିବା ବେ‌ଳେ ଲୁହା ଛଡ଼ ବୋଝେଇ ଏକ ଟ୍ରକ୍ଟର ଅଚାନକ ମୁର୍ଷୁଣ୍ଢି ଛକରୁ ଡିଆରଡିଏ କାର୍ଯ୍ୟାଳୟ ରାସ୍ତାକୁ ପଶିଥିଲା। ଫଳରେ ଟ୍ରାକ୍ଟରରେ ଥିବା ଲହା ଛଡରେ ବ୍ୟୋମକେଶ ପିଟି ହୋଇ ଛିଟକି ପଡିଥିଲେ। ବୌଦ୍ଧ ପୁଲିସ୍ ଟ୍ରାକ୍ଟରକୁ ଜବତ କରିବା ସହ ଡ୍ରାଇଭର ବିଶ୍ବନାଥ ସାହୁକୁ ଥାନାରେ ଅଟକ ରଖିଥିବା ଥାନାଅଧିକାରୀ ତପସ୍ବିନୀ କଁହର ପ୍ରକାଶ କରିଛନ୍ତି। ମୁର୍ଷୁଣ୍ଡି ଛକରେ ଷ୍ଟ୍ରିଟ ଲାଇଟ ଓ ସ୍ପିଡ ବ୍ରେକର ନଥିବାରୁ ପ୍ରାୟତଃ ଦୁର୍ଘଟଣା ଘଟୁଛି। ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର