ସଟ୍ଟା ଆଡ଼ାରେ ଚଢ଼ଉ, ୬ ଗିରଫ

ବୌଦ୍ଧ: ବୌଦ୍ଧ ଥାନା ପକ୍ଷରୁ ବ୍ରିଜ ଛକଠାରେ ବୁଧବାର ଚଢ଼ଉ କରି ସଟ୍ଟା କାରବାର କରୁଥିବା ୬ ଜଣଙ୍କୁ ଗିରଫ କରିଛି। ଆଉ ୩ ଜଣ ଫେରାର୍‌ ହୋଇଯାଇଛନ୍ତି। ବ୍ରିଜ୍‌ ଛକରେ ସଟା ଖେଳ ହେଉଥିବା ଖବର ପାଇ ବୌଦ୍ଧ ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଟୁଟୁସିଙ୍ଗାର ରାମ ବନଚୁର, ରଞ୍ଜନ ନାୟକ, ଶାସନୀ ଭୂଷଣ ନାଏକ, ବସନ୍ତ ନାଏକ, ମୁସଲିମପଡାର ଶେକ୍‌ ରେହେମତୁଲା ଓ ମାଳିସାହିର ରାକେଶ ବେହରାଙ୍କୁ ଗିରଫ କରିଥିବା ବେଳେ ୩ ଜଣ ଫେରାର ହୋଇଯାଇଥିଲେ। ପୁଲିସ ସେମାନଙ୍କ ପାଖରୁ ୧୫୨୦ ଟଙ୍କା ଜବତ କରିଥିବା ସହ ଏକ ମାମଲା ରୁଜୁ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର