ଜଣେ ଆହତ : ଘରେ ଶୋଇଥିବା ବେଳେ ଦୁର୍ବୃତ୍ତ ଫିଙ୍ଗିଲେ ବୋମା

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ କରଡ଼ି ଗ୍ରାମରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ପ୍ରାୟ ଗୋଟାଏ ବେଳେ ଗାଁଣ ଧରଣୀଧର ସାହୁ (୪୫) ନିଜ ପରିବାର ସହିତ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘରର ସ୍କାଏ ଲାଇଟ ପଟୁ ଏକ ଡିନାମାଇଟ ବୋମା ତାଙ୍କ ଉପରକୁ ପିଙ୍ଗି ଦେଇଥିଲା। ଉକ୍ତ ବୋମା ଶ୍ରୀ ସାହୁ ନିଜ ଦେହରେ ପଡ଼ିବା ପରେ ଫିଙ୍ଗି ଦେବା ସମୟରେ ତାହା ବିସ୍ଫୋରଣ ଘଟି ତାଙ୍କ ହାତ ପାପୁଲି ଓ ଆଖିରେ ଆଘାତ ଲାଗିଥିଲା। ଶ୍ରୀ ସାହୁଙ୍କୁ ତୁରନ୍ତ ବୌଦ୍ଧ ଡାକ୍ତରଖାନାକୁ ଅଣାଯାଇଥିଲା। ଏଠାରୁ ପୁଣି କଟକକୁ ସ୍ଥାନାନ୍ତର କରାଯାଇଛି। କରଡି ଗ୍ରାମ ମହାନଦୀ କୂଳରେ ଥିବା ବେଳେ ଗତ କିଛି ମାସ ହେଲା ମହାନଦୀରେ ମାଛ ମାରିବା ପାଇଁ ବହୁଳ ପରିମାଣରେ ଡିନାମାଇଟ୍‌ ବ୍ୟବହାର କରାଯାଉଛି। ଡିନାମାଇଟ୍‌ ହାତ ପାହାନ୍ତାରେ ମିଳୁଥିବାରୁ ଲୋକେ ଏହାର ଖୋଲା ଖୋଲି ବ୍ୟବହାର କରୁଛନ୍ତି।

ସମ୍ବନ୍ଧିତ ଖବର