ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଣିପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଗୋପାଳକୃଷ୍ଣ ନାଏକ। ଗୁରୁତର ଅବସ୍ଥାରେ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସୂଚନା ଅନୁସାରେ ଫୁଲବାଣୀ ଅଞ୍ଚଳର ଛାତ୍ରଜଣକ ତାଙ୍କର ଜଣେ ସମ୍ପର୍କୀୟ ଅଜାଙ୍କ ପାଖରେ ହରେକୃଷ୍ଣପୁର ଗୋପବନ୍ଧୁ ଆଶ୍ରମ ସ୍କୁଲ ପରିସରରେ ରହୁଥିଲେ। ଶନିବାର ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କୁ ସାପ କାମୁଡ଼ି ଥିଲା। ପ୍ରଥମେ ଗୁଣି ଗାରେଡ଼ି କରି ଅବସ୍ଥା ଗୁରୁତର ହେବା ପରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସକାଳ ପ୍ରାୟ ୬ଟାରେ ତାଙ୍କର ମୃତ୍ୟ ହୋଇଥିଲା। ସୂଚନା ପାଇ ବୌଦ୍ଧ ଆଦର୍ଶ ଥାନା ପୁଲିସ ଶବ ଜବତ କରିଛି। ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/239c41db-6426-4484-9d74-38faa87c17a4.jpg)