କଣ୍ଟାମାଳରେ ଫେଲ ମାରିଛି ସ୍ୱଚ୍ଛ ଭାରତ ମିସନ: ଉପଯୋଗୀ ହୋଇ ପାରୁନି ପାଇଖାନା

କଣ୍ଟାମାଳ: କଣ୍ଟାମାଳ ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିସନ ଫେଲ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହି ବ୍ଲକ୍‌ରେ ୧୨, ୧୩୯ ହଜାର ପରିବାରର ପାଇଖାନା ନିର୍ମାଣ ହୋଇଥିବା ବିଭାଗ ପକ୍ଷରୁ କୁହାଯାଉଥିଲେ ବି ଏବେ ୯୫ ପାଇଖାନା ବ୍ୟବହାର ଉପଯୋଗୀ ହୋଇ ପାରୁନି। ନିମ୍ନମାନର କାମ ଯୋଗୁଁ ଏହା ଉପଯୋଗ ହୋଇପାରୁ ନଥିବା ଅଭିଯୋଗ ହେଉଛି। ଫଳରେ ଲୋକେ ବାଧ୍ୟ ହୋଇ କେତେକ ପାଖଡ଼ାାରେ କାଠ, ପାଳ ରଖୁଛନ୍ତି। ଆଉ କେତେ ସ୍ଥାନରେ କୁକୁଡ଼ା, ବତକ ରଖୁଛନ୍ତି। ବିଭାଗୀୟ ଅଧିକାରୀ ଓ କାମ କରୁଥିବା ବିଭିନ୍ନ ସଂସ୍ଥା ବା ଏସ୍‌ଏଚ୍‌ଜି ଗାଁରେ କାମ କରି କିଛି ଲୋକ ମାଲେମାଲ ହେଉଥିବା ଅଭିଯୋଗ ହେଉଛି। ବ୍ଲକ୍‌ର ଉଦେପୁର ଗାଁକୁ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରାଗଲା। ହେଲେ ସେହି ଗାଁର ପାଇଖାନାଗୁଡ଼ିକ ଭାଙ୍ଗି ଗଲାଣି। ବର୍ତ୍ତମାନ କୌଣସି ଗୋଟିଏ ବି ପାଇଖାନା ବ୍ୟବହାର ହୋଇ ପାରୁ ନାହିଁ।
ବୌଦ୍ଧ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ନିକୁଞ୍ଜ କିଶୋର ମନୋହରଙ୍କୁ ପଚାରିବାରୁ, ସେ କହିଲେ ନିମ୍ନମାନର କାମ ଯେଉଁ ଠିକାଦାର ମାନେ କରୁଛନ୍ତି ହିତାଧିକାରୀମାନେ ବି ତା’ ଉପରେ ଆଖିବୁଜା ଦସ୍ତଖତ ଦେଉଛନ୍ତି। ସଚେତନତାର ଅଭାବ ଯୋଗୁଁ ଏହିପରି ହେଉଥିବାର ସେ କହିଥିଲେ। ତେବେ ଭାଙ୍ଗି ଯାଇଥିବା ପାଇଖାନା ଗୁଡ଼ିକ ଏବେ ଆଉ ମରାମତି କରିବା ସମ୍ଭବ ନୁହେଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର