ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଫାଣ୍ଡି ଅନ୍ତର୍ଗତ ଖୁଣ୍ଟିଗୋରା ଗ୍ରାମପଞ୍ଚାୟତ ଗୋଚ୍ଛାଗୋରା ଗ୍ରାମର ହରି ମହାନନ୍ଦ (୪୫) ଶନିବାର ସକାଳେ ନିତ୍ୟକର୍ମ କରିବାକୁ ଯାଇ ନିଖୋଜ ହୋଇଥିବା ନେଇ ଘଣ୍ଟାପଡ଼ା ଫାଣ୍ଡିରେ ପରିବାର ପକ୍ଷରୁ ଏକ ଅଭିଯୋଗ ହୋଇଛି। ଅଭିଯୋଗକୁ ନେଇ ପୁଲିସ ତଦନ୍ତ କରିବା ସମୟରେ ହରିଙ୍କ ସାଇକଲ, ବ୍ୟାଗ ଓ ଚପଲ ଆଦି ଖୁଣ୍ଟିଗୋରା ପୋଖରୀ ହିଡ଼ରେ ଥିବା ଦେଖିବାକୁ ପାଇଥିଲା। ଏ ନେଇ ଦମକଳ ବିଭାଗକୁ ଖବର ଦିଆଯିବା ପରେ ଦମକଳ ବିଭାଗ ଆସି ପାଣିରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇନଥିଲେ। ପ୍ରକାଶ ଥାଉ କି ହରି ମହାନନ୍ଦ ଖୁଣ୍ଟିଗୋରା ଡାକ୍ତରଖାନାରେ ସୁଇପର ଭାବେ କାମ କରୁଛନ୍ତି। ସେ ନିୟମିତ ମଦ ପିଇ ଏପରିକି ଡାକ୍ତରଖାନାକୁ ନିୟମିତ କାମ କରିବାକୁ ଆସୁନଥିବାରୁ ଗତ ୨ ମାସ ହେବ ରୋଗୀ କଲ୍ୟାଣ ସମିତିର ନିଷ୍ପତ୍ତି କ୍ରମେ ତାଙ୍କୁ ବାହାର କରି ଦିଆଯାଇଥିଲା।
ସୁଇପର ନିଖୋଜ:ପୋଖରୀ ହୁଡ଼ାରୁ ମିଳିଲା ସାଇକଲ ଓ ଚପଲ
/sambad/media/post_attachments/wp-content/uploads/2017/10/missing-person.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)