ବୌଦ୍ଧ : ବୌଦ୍ଧ ଜିଲ୍ଲା ଦୈାରାଜଜ ଶୁଚିସ୍ମିତା ମିଶ୍ର ସୋମବାର ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ତାଙ୍କ ରାୟରେ ଜଣେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡାଦେଶ ସହିତ ୧ ଲକ୍ଷଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ କରା ଦଣ୍ଡାଦେଶର ରାୟ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲ୍ଲା କଦାରୀ ଗାଁର ମେଟା ମଲ୍ଲିକ (୩୫) ।

Advertisment

ଗତ ୩୦.୧୧.୧୫ରେ ମେଟା ମଲ୍ଲିକ ଓ ଦେବେନ୍ଦ୍ର କହଁର ଏକ ବାଇକ ଯୋଗେ ଦୁଇଟି ବସ୍ତାରେ ୫୦ କେଜି ଗଞ୍ଜେଇ ନେଇ ଆସୁଥିବା ବେଳେ କଣ୍ଟାମାଳ-ବୁଡାଖୋଲ ରାସ୍ତାରେ ଅବକାରୀ ବିଭାଗ ଉକ୍ତ ଗାଡିକୁ ଅଟକାଇଥିଲା। ବାଇକ ଚାଳକ ଅଭିଯୁକ୍ତ ଦେବେନ୍ଦ୍ର ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ମେଟାକୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମକଦ୍ଦମାର ବିଚାର କରି ମାନ୍ୟବର ଅଦାଲତ ଅଭିଯୁକ୍ତ ମେଟା ମଲ୍ଲିକକୁ ଉକ୍ତ ଆଦେଶ ଶୁଣାଇଛନ୍ତି। ସରକାରୀ ଓକିଲ ଧୂରୀଣ ଦେହୁରୀ ଏହି ମକଦ୍ଦମାକୁ ପରିଚାଳନା କରୁଥିଲେ।