ଟ୍ରାକ୍ଟର ଧକ୍କାରେ ୩ ଗୁରୁତର

ବୌଦ୍ଧ: ଶୁକ୍ରବାର ବୌଦ୍ଧ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୭ସ୍ଥିତ ରାଧାନଗର ଛକଠାରେ ଏକ ଟ୍ରାକ୍ଟରର ଧକ୍କାରେ ବାଇକରେ ଆସୁଥିବା ବାଇକ ଚାଳକ ଓ ଦୁଇ ମହିଳା ମୋଟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ବୀରନରସିଂପୁର ଗାଁର ସୌମ୍ୟ ରଂଜନ ପ୍ରଧାନ(୨୩), କ୍ଷୀରାଦ୍ରୀ ମେଣ୍ଡଲି(୩୩), ଶାନ୍ତିଲତା ପ୍ରଧାନ(୪୮) ବୋଲି ଜଣାଯାଇଛି।
ଶୁକ୍ରବାର ଅପରାହ୍‌ଣ ସାଢେ ୪ଟାରେ ଲାଣ୍ଡିବନ୍ଧ ଠାରେ ଚାଲିଥିବା ଧୂପକାଠି ତିଆରି ଟ୍ରେନିଂ ନେଇ ସେମାନେ ଘରକୁ ଫେରୁଥିବା ବେଳେ ରାଧାନଗର ଛକ ଠାରେ ଅଚାନକ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ବୁଲାଣିରେ ବୁଲାଇ ଦେବାରୁ ବାଇକ ସହ ଧକ୍କା ହୋଇଥିଲା। ସେମାନେ ଆହତ ହୋଇଥିଲେ। ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବୌଦ୍ଧ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କ୍ଷୀରାଦ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି। ଅନ୍ୟ ପଟୋ ସ୍ଥାନୀୟ ଲୋକେ ‌ରାସ୍ତାରୋକ କରିଥିଲେ। ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କଁହର ସଦଳବଳ ଦୁର୍ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତାରୋକ ହଟିଥିଲା। ଟ୍ରାକ୍ଟରଟିକୁ ପୁଲିସ ଜବତ କରିଥିବା ବେ‌ଳେ ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର