ରାଣୀପଥର ଘାଟିରେ ଓଲଟିଲା ବାଲି ବୋଝେଇ ହାଇୱା

ହରଭଙ୍ଗା : ବୌଦ୍ଧ-ଫୁଲବାଣୀ ଜିଲ୍ଲା ସୀମାନ୍ତ ରାଣୀପଥର ଘାଟିରେ ଏକ ବାଲି ବୋଝେଇ ହାଇୱା ରାସ୍ତା କଡ଼ରେ ଓଲଟି ପଡ଼ିଥିବା ଖବର ହସ୍ତଗତ ହୋଇଛି । ବାଲି ବୋଝେଇ ହାଇୱା (ଓଡି ୩୨-ସି-୮୮୯୨) ରବିବାର ସକାଳେ ହରଭଙ୍ଗା ମହାନଦୀରୁ ବାଲି ବୋଝେଇ କରି ଫୁଲବାଣୀ ଯାଉଥିଲା। ସକାଳ ପ୍ରାୟ ୮ଟାରେ ରାଣୀପଥର ଘାଟି ଅତିକ୍ରମ କରିଥିବା ସମୟରେ ଓଲଟି ପଡ଼ିଥିଲା। ଡ୍ରାଇଭର ଓ ହେଲପରଙ୍କ କୌଣସି କ୍ଷତି ହୋଇ ନାହିଁ। ସୁଡୁରୁକୁପା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ପରେ ଏକ ହାଇଡ୍ରା ସାହାଯ୍ୟରେ ହାଇୱାକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର