ଦୁଇ ଦୁର୍ଘଟଣା, ୯ ଆହତ

ଜହ୍ନାପଙ୍କ: ବୌଦ୍ଧ- ବଲାଙ୍ଗୀର ଜାତୀୟ ରାଜପଥର ୫୭ର ଜହ୍ନାପଙ୍କ ଓ ତେଲିବନ୍ଧ ମଝିରେ ଏକ ଜାଇଲୋ ଗାଡ଼ି (ଓଡି ୦୫ ଟି ୬୯୨୧) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବସିଥିବା ୮ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଏହି ଯାତ୍ରୀମାନେ କେନ୍ଦ୍ରାପଡ଼ାରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲେ। ଭାରସାମ୍ୟ ହରାଇ ଏକ ନାଳାରେ ଗାଡ଼ିଟି ଓଲଟି ପଡ଼ିଥିଲା। ସେହିପରି ଅପରାହ୍‌ଣରେ ବଲାଙ୍ଗୀରରୁ ବୌଦ୍ଧକୁ ଯାଉଥିବା ଏକ ମାରୁତି ଭ୍ୟାନ୍‌ (ଓଆର୍‌ ୦୩ ସି ୬୮୦୦) ଜହ୍ନାପଙ୍କଠାରେ ଦିଲୀପ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର