ବୌଦ୍ଧ: ଗୁରୁବାର ବିଳମ୍ବିତ ରାତିରେ ଏକ ବେସରକାରୀ ଯାତ୍ରୀବାହୀ ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବୌଦ୍ଧ ପୁଲିସ ସହରର ବ୍ରିଜ ଛକ ଠାରେ ରାତିରେ ଗାଡ଼ି ଚେକିଂ କରୁଥିବା ସମୟରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ଗୁରୁବାର ବିଳମ୍ବିତ ରାତିରେ ଶ୍ରୀ ରଘୁନାଥ ନାମକ ଏକ ଯାତ୍ରୀବାହୀ ବସ୍ (ଓଆର ୨୫ ଡି ୨୯୬୬) ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରୁ ଇବ ଥର୍ମାଲ ଯାଉଥିବା ବେଳେ ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇ ବୌଦ୍ଧ ପୁଲିସ ସହରର ବ୍ରିଜ ଛକ ଠାରେ ଗାଡ଼ି ଚେକିଂ କରି ୧୮କେଜି ଗଞ୍ଜେଇ ଜବତ କରିବା ସହିତ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଗିରଫ ବ୍ୟକ୍ତିମାନେ ହେଲେ ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳର ପ୍ରମୋଦ ପଣ୍ଡା ଠାରୁ ଆଠ କେଜି ଓ ଦଶପଲ୍ଲା ଅଞ୍ଚଳର ପଞ୍ଚାନନ ପାତ୍ର ଠାରୁ ୧୦ କେଜି ଗଞ୍ଜେଇ ଜବତ କରିଛି। ଏନେଇ ବୌଦ୍ଧ ପୁଲିସ ଥାନା କେସ ନଂ ୨୪୬/୧୭ରେ ମାମଲା ରୁଜୁ ହେବା ସହ ଆସନ୍ତା କାଲି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଅମୂଲ୍ୟ ଧର ସୂଚନା ଦେଇଛନ୍ତି।
ବସ୍ରୁ ଗଞ୍ଜେଇ ଜବତ, ୨ ଗିରଫ
/sambad/media/post_attachments/wp-content/uploads/2017/11/ganja.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)