ଅଜଣା ପିକଅପ୍ ଭ୍ୟାନ ଧକ୍କାରେ ୨ ଆହତ

ବୌଦ୍ଧ: ଏକ ଅଜଣା ପିକଅପ୍ ଭ୍ୟାନ ଧକ୍କାରେ ୨ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ବୌଦ୍ଧ ଜିଲ୍ଲା ବଡ଼ବାଗବର ଗାଁର ମୁକେଶ ପ୍ରଧାନ(୨୫) ଓ ଚନ୍ଦନନଗର ଗାଁର ପ୍ରଫୁଲ୍ଳ ମହାକୁଡ଼(୩୫)। ଉଭୟ ମୁକେଶଙ୍କ ନବ ଜାତକ ଶିଶୁକୁ ଦେଖିବା ପାଇଁ ଏକ ବାଇକରେ ବୌଦ୍ଧ ସଦର ମେଡିକାଲ ଆସୁଥିବା ବେଳେ ସଂଧ୍ୟା ପ୍ରାୟ ସାଢେ ୬ଟାରେ ବୌଦ୍ଧ ଥାନା ଅନ୍ତର୍ଗତ ଏନ୍‌ଏଚ୍‌ ୫୭ସ୍ଥିତ ବୁଟୁପାଲି ରାମଜାନି ପୋଲ ନିକଟରେ ଦ୍ରୁତଗତିରେ ଯାଉଥିବା ଏକ ଅଜଣା ପିକଅପ୍ ଭ୍ୟାନ ଧକ୍କା ଦେଇ ଫେରାର୍ ହୋଇ ଯାଇଥିଲା। ଆହତଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁକେଶଙ୍କ ମୁଣ୍ଡରେ ଗଭୀର ଅଘାତ ଲାଗିଥିବାରୁ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର