ଭିଡିଓ କନ୍‌ଫରେନ୍‌ସିଂରେ ରାୟ ଶୁଣାଇଲେ ସ୍ପେଶାଲ ଜଜ୍‌

ଗଞ୍ଜେଇ ଚୋରାଚାଲାଣ ଅଭିଯୁକ୍ତ ଖଲାସ

ବୌଦ୍ଧ: ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୋରା ଜଜ ତଥା ସ୍ପେଶାଲ ଜଜ ଗୌରୀମାଳି ମହାରଣା ବୁଧବାର ପ୍ରଥମ ଥର ପାଇଁ ଭିଡିଓ କନଫରେନ୍‌ସିଂ ଜରିଆରେ ଏକ ରାୟ ଶୁଣାଇଛନ୍ତି। ୨୦୧୫ର ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ବିଚାର କରି ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ମୋହନ ନାଗଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅନ୍ୟତମ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ସୁଶାନ୍ତ ସିଂ ଜାମିନରେ ଯାଇ ଫେରାର୍‌ ଥିବା ଜଣାଯାଇଛି। ଆଜି ସିପିଆଇ ଦଳର ରାଲି ଯୋଗୁଁ ପୁଲିସ୍‌ ଆଇନ ସୁରକ୍ଷା ଦୃଷ୍ଟିରୁ ଅଭିଯୁକ୍ତ ମୋହନଙ୍କୁ କୋର୍ଟ ପହଞ୍ଚାଇ ନପାରିବାରୁ ଭିଡିଓ କନଫରେନ୍‌ସିଂ ଜରିଆରେ ସ୍ପେଶାଲ ଜଜ୍‌ ଶ୍ରୀ ମହାରଣା ମାମଲାର ଶୁଣାଣି କରିଥିଲେ। ଆଇନଜୀବୀ ଚନ୍ଦ୍ର ଶେଖର ପାଢୀ ଏହି ମାମଲାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର