ବୌଦ୍ଧ: ଜିଲ୍ଲାର ୩୯୧ଟି ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ଗୃହକୁ ଗୃହ ସର୍ବେକ୍ଷଣ କାର୍ଯ୍ୟକ୍ରମ ଚଳିତ ମାସ ୧୫ ତାରିଖ ଠାରୁ ୩୦ ତାରିଖ ଯାଏଁ ଚାଲିବ। ଏହି ଦିନ ଗୁଡିକରେ ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ଭୋଟର ତାଲିକାରେ ନାମ ଯୋଗ କରିବା, ନାମ ବାଦ କରିବା ଭଳି ସଂଶୋଧନ କାର୍ଯ୍ୟ ସମେତ ଅନ୍ୟାନ ତଥ୍ୟ ସଂଗ୍ରହ କାର୍ଯ୍ୟ ମଧ୍ୟ ଚାଲୁ କରିଛନ୍ତି ବୋଲି ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ ପାଇଛି। ଭୋଟର ତାଲିକାର ସମସ୍ତ ପ୍ରକାର ପ୍ରକ୍ରିୟା ଶେଷ ହେବା ପରେ ଚୂଡ଼ାନ୍ତ ପ୍ରକାଶନ ଆସନ୍ତା ଜାନୁଆରି ୧୫ ତାରିଖରେ ବୌଦ୍ଧ ଜିଲ୍ଲାର ସମସ୍ତ ୩୯୧ଟି ଭୋଟଗ୍ରହଣ କେନ୍ଦ୍ରରେ ସାଧାରଣ ଭୋଟରଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ବୀରମହାରାଜପୁର: ବୀରମହାରାଜପୁର ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ପାଇଁ ବୈଠକ ହୋଇଥିଲା। ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଗୋପିନାଥ ସାରକା ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ଉପରେ ନିଆଯାଉଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ଏହି ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ ଦ୍ୱାରା ୧ ଜାନୁଆରି ୨୦୧୯ରେ ଯେଉଁମାନେ ୧୮ର ବର୍ଷରୁ ଅଧିକ ହେବେ ସେହିମାନଙ୍କୁ ଏବଂ ଯେଉଁମାନେ କୌଣସି କାରଣରୁ ଭୋଟର ତାଲିକାରୁ ବାଦ୍ ପଡି ଯାଇଛନ୍ତି ସେହିମାନଙ୍କୁ ସ୍ୱତନ୍ତ୍ର ଭୋଟର ତାରିକାରେ ସାମିଲ କରିବାକୁ ବିଏଲ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନଭେମ୍ବର ମାସ ୧୯, ୨୩, ୨୬ ଓ ୨୮ ତାରିଖରେ ଲୋକଙ୍କଠାରୁ ଆବେଦନ ଫର୍ମ ଗ୍ରହଣ କରି ଏଇଆରଓ ଏବଂ ଇଆରଓ ମାନଙ୍କ ଠାରେ ଫର୍ମ ଦାଖଲ କରି ନିର୍ଦ୍ଦେଶ ଦିଆଯାଇଛି। କୌଣସି ଯୋଗ୍ୟ ଭୋଟର ଯେମିତି ତାଲିକାରୁ ବାଦ୍ ନ ପଡ଼ନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ରାଜନୈତିକ ଦଳ ପ୍ରତିନିଧିଙ୍କ ସହିତ ଉପଜିଲ୍ଲାପାଳ ଆଲୋଚନା କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶରତ କୁମାର ସେଠୀ , ବିଜେପି ଦଳର ନଳିନୀ ପଣ୍ଡା ଓ କିଶୋର ହୋତା, ବିଜେଡି ଦଳର ନାରାୟଣ ଲୁହା ଓ ମଙ୍ଗଳ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/ballot-box.jpg)