ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣି ପଞ୍ଚାୟତର ମାଉଳିମୁଣ୍ଡା ପ୍ରକଳ୍ପରୁ ଯୋଗାଣ ହେଉଥିବା ପାନୀୟ ଜଳ ଆବଶ୍ୟକ ପରିମାଣରେ ଲୋକମାନେ ପାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଜଳ ଯୋଗାଣ ହେଉଥିବା ପାଇପକୁ ବିଭିନ୍ନ ସ୍ଥାନରେ କଣା କରି ଲୋକେ ଚୋରାରେ ପାଣି ନେଉଥିବା ବେଳେ ଏହି ସମସ୍ୟା ଉପୁଜୁଛି। ଏହାଛଡ଼ା ରାଜପଥ ପାର୍ଶ୍ୱରେ ଥିବା ଅନେକ ଟ୍ୟାପରେ ଲୋକେ ପାଇପ ଲଗାଇ ମାଟି ତଳେ ତଳେ ବିଭିନ୍ନ ହୋଟେଲ, ବରଫ କଳ ଆଦିକୁ ଜଳ ଯୋଗାଣ କରୁଥିବା ଅଭିଯୋଗ ହେଉଛି। ଏହିପରି ଭାବେ ପାଣି ଚୋରି ହେଉ ଥିବାରୁ ଡାକ୍ତରଖାନା, ସ୍କୁଲ, ବୈଜୟନ୍ତି ବଜାର, ମନ୍ଦିର ପାଖ ଅଞ୍ଚଳର ଲୋକେ ପାଣି ପାଇପାରୁ ନାହାନ୍ତି। ଫଳରେ ଏହି ଅଞ୍ଚଳର ଲୋକେ ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ପଞ୍ଚାୟତ ଇଓଙ୍କୁ ପଚାରିବାରୁ ପମ୍ପ ଚାଳକଙ୍କୁ ପଚାରିି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।
ପାଣି ଚୋରି ବଢୁଛି, ଲୋକେ ହଇରାଣ
/sambad/media/post_attachments/wp-content/uploads/2018/03/baudh22.jpg)