କଣ୍ଟାମାଳ: କଣ୍ଟାମାଳ ବ୍ଲକ ରେଙ୍ଗାଲି ପଞ୍ଚାୟତର ଚାରଭାଟି ଗ୍ରାମରେ ଜଳ ଯୋଗାଣର ସମସ୍ତ ବ୍ୟବସ୍ଥା ଥାଇ ବି ଲୋକଙ୍କୁ ପାଣି ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ୨ ଓ୍ଵାର୍ଡ ବିଶିଷ୍ଟ ଚାରଭାଟି ଗାଁରେ ପ୍ରାୟ ୫୭୯ ଜଣ ଲେକ ବସବାସ କରନ୍ତି। ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ୨୦୦୮-୦୯ ମସିହାରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପ୍ରକଳ୍ପ ନିର୍ମାଣ ହୋଇଛି। ପ୍ରଥମେ ଇନଟେକେଓ୍ଵଲ ମାଧ୍ୟମରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଥିବା ବେଳେ ପରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୨୦୧୫-୧୬ରେ ୩ ଲକ୍ଷ ବ୍ୟୟ ଅଟକଳରେ ନୂତନ ଭାବରେ ପାଇପଲାଇନ କରି ଏକା ଗଭୀର ନଳକୂପ ମଧ୍ୟ ଖନନ କରାଯାଇଛି। ଏହି ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇଛି। ମାତ୍ର ପ୍ରକଳ୍ପ ଆରମ୍ଭ ହେବା ଦିନଠାରୁ ଜଳ ଯୋଗାଣ ହୋଇ ନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଆର୍ଡବ୍ଲୁଏସ୍ଏସ୍ ବିଭାଗ ପ୍ରକଳ୍ପ ଠିକ୍ ଥିବା କହୁଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ଏହା ଜଳ ଯୋଗାଣ ଓ ପରିମଳ ବିଭାଗର ଦାୟିତ୍ୱ କହି ଚୁପ ରହିଯାଉଛି।
ଭିତ୍ତିଭୂମି ଥାଇ ବି ହେଉନି ଜଳଯୋଗାଣ:ଚାରଭାଟି ଗ୍ରାମବାସୀ ହନ୍ତସନ୍ତ
/sambad/media/post_attachments/wp-content/uploads/2018/05/water-supply.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)