ପାରିବାରିକ କଳହରୁ ଜୀବନ ହାରିଲେ ମହିଳା

ବୌଦ୍ଧ: ବୌଦ୍ଧ ସହର ପାଣୁଆ ସାହିର ଜଣେ ମହିଳା ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୁଲିସ ଶବ ଜବତ କରିଛି। ମୃତ ମହିଳା ହେଲେ ରଚନା ବଲବାକ(୩୨)। ଏହି ଘଟଣାରେ ସ୍ବାମୀକୁ ପୁଲିସ ଥାନାରେ ଅଟକ ରହିଛି। ପୁଲିସ ଶବବ୍ୟବଚ୍ଛେଦ ଲାଗି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ସୂଚନା ଅନୁସାରେ ରଚନା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସେ ଆତ୍ମହତ୍ୟା କରିଛନ୍ତି। ଉଭୟଙ୍କର ଏକ ଶିଶୁ ରହିଛି। ଦୁହେଁ ପ୍ରେମ ବିବାହ କରି ବୌଦ୍ଧରେ ରହି ଆସୁଥିଲେ। ରଚନା ବଲବାକଙ୍କ ସ୍ୱାମୀ ସାଇକଲରେ ବୁଲି ମନୋହରି ଜିନିଷ ବିକ୍ରି କରନ୍ତି।

ସମ୍ବନ୍ଧିତ ଖବର