ବୌଦ୍ଧ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତର ଡେଲତୋଇଲ ଗ୍ରାମରେ ବୁଧବାର ଅଗ୍ନିକାଣ୍ଡରେ ଦମୟନ୍ତୀ ନାୟକ (୩୫) ଗୁରୁତର ଆହତ ହୋଇଛନ୍ତି। ସେ ରୋଷେଇ କରୁଥିବା ସମୟରେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ୬୦ ଭାଗ ଅଂଶ ପୋଡ଼ିଯାଇଥିବା ଜଣାପଡ଼ିଛି।
ନିଆଁ ଲାଗି ମହିଳା ଗୁରୁତର
/sambad/media/post_attachments/wp-content/uploads/2018/03/burnt-alive-2.jpg)