ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଜୋଗିନ୍ଦ୍ରପୁର୍ ଗ୍ରାମ ପଂଚାୟତ କେଉଟିପାଲି ଗ୍ରାମରେ ଜଣେ ଯୁବକ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି l ସେହି ଗ୍ରାମର ଲକ୍ଷ୍ମଣ ସେଠୀଙ୍କ ପୁଅ ଜଗଦୀଶ ସେଠୀ (୩୪)ବର୍ଷ ଶୁକ୍ରବାର ସକାଳୁ ଏକ ବରଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନାହିଁ l ତେବେ ସେ ଦୀର୍ଘ ଦିନରୁ ମାନସିକ ଭାରସାମ୍ୟ ହରାଇଥିବା ନେଇ ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଜଗଦୀଶ କିଛି ଦିନ ହେଲା ଭାରସାମ୍ୟ ହରାଇ ଏଣେତେଣେ ବୁଲୁଥିଲେ | ଆଜି ସକାଳେ କିଛି ଗ୍ରାମବାସୀ ଜଗଦୀଶଙ୍କ ଝୁଲନ୍ତା ମୃତଦେହ ବରଗଛରେ ଝୁଲୁଥିବାର ଦେଖିବାକୁ ପାଇଥିଲେ | ଏହାପରେ ପୁଲିସକୁ ଖବର ଦିଆଯାଇଥିଲା | ପୁଲିସ ମୃତଦେହ ଜବତ କରିଛି। ବ୍ୟବଚ୍ଛେଦ ପରେ ମରଶରୀର ପରିବାରକୁ ହସ୍ତାନ୍ତର କରାଯିବ। ତେବେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଥିବା କୁହାଯାଇଛି।