ପଲଶାଗୋରା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଧାନଖଣ୍ଡି ଗ୍ରାମର କେଶବ ପ୍ରହରାଜ (୧୯)ଙ୍କ ନାଗ ସାପ କାମୁଡାରେ ସୋମବାର ସୋନପୁର ହସ୍ପିଟାଲରେ ମୃତ୍ୟୁ ଘଟିଛି। ଧାନଖଣ୍ଡି ଗ୍ରାମର ମନହର ପ୍ରହଜରାଜଙ୍କ ଏକ ମାତ୍ର ପୁଅ ସନ୍ଧ୍ୟାରେ ସାଙ୍ଗ ମାନଙ୍କ ସହିତ ଗାଁ ମୁଣ୍ଡକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ନାଗ ସାପ କେଶବର ଅଣ୍ଟାରେ ଚୋଟ ମାରିବା ସହ ଲଟକି ପଡିଥିଲା। କେଶବ ସାପଟିକୁ ହାତରେ ଧରି ଫଙ୍ଗି ଦେଇଥିଲେ। ପରେ ଘରକୁ ଫୋନ କରି ଘଟଣା ସଂପର୍କରେ ଜଣାଇବା ପରେ ଘର ଲୋକ ଆସି ସୋନପୁର ହସପିଟାଲକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ମଙ୍ଗଳବାର ସକାଳୁ ଶବବ୍ୟବଚ୍ଛେଦ ପରେ ଗାଁକୁ ଶବ ଆଣିବା ପରେ ଧାନଖଣ୍ଠି ଗ୍ରାମ ଶୋକକୁକ ପରିବେଶରେ ଶବ ସତ୍କାର କରାଯାଇଛି। ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ସାପ କାମୁଡାରେ ଯୁବକ ମୃତ
/sambad/media/post_attachments/wp-content/uploads/2018/04/dead-body1.jpg)