ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ କଡ଼ ସରସରା ଗ୍ରାମ ନିକଟରୁ ପୁଲିସ ଜଣେ ଯୁବକଙ୍କର ରକ୍ତାକ୍ତ ଶବ ଉଦ୍ଧାର କରିଛି। ଯୁବକ ଜଣକ ସରସରା ଗ୍ରାମର ଅନାମ ମିର୍ଦ୍ଧା ବୋଲି ଜଣା ଯାଇଛି। ଶବ ନିକଟରେ ଏକ ଟାଙ୍ଗିଆ ପଡ଼ିଥିବା ବେଳେ ମୃତକଙ୍କ ଦୁଇ ହାତ ବନ୍ଧା ହୋଇଛି।

Advertisment

ବୌଦ୍ଧ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଓ ଟାଙ୍ଗିଆ ଜବତ କରିଛି। ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।