ଭବାନୀପାଟଣା: ହାଇଦ୍ରାବାଦରୁ ବସ୍ରେ ଘରକୁ ଫେରୁଥିବା ବବଲୁ ଦୁର୍ଗା (୨୨) ନାମକ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଧମର୍ଗଡ଼ ବ୍ଲକ ବ୍ରାହ୍ମଣଛେଣ୍ଡିଆ ପଞ୍ଚାୟତ ଥନଟ ଗାଁରେ ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2020/12/b59f1f16-6fb4-482c-8b2b-23dbf58ffcca-1024x582.jpg)
ପ୍ରକାଶ ଯେ, କିଛି ମାସ ତଳେ ବବଲୁ ତାଙ୍କ ବାପା ଓ ସାନଭାଇ ସହ ଆନ୍ଧ୍ରପ୍ରଦେଶ ଦାଦନ ଖଟିବାକୁ ଯାଇଥିଲେ। ହାଇଦ୍ରାବାଦସ୍ଥିତ ଗାୟତ୍ରୀ ହିଲଠାରେ ସେମାନେ କାମ କରୁଥିଲେ। ଗତ ମଙ୍ଗଳବାର ବବଲୁ ଜନାର୍ଦ୍ଦନ ନାମକ ବସ୍ ଯୋଗେ ନିଜ ଘରକୁ ଫେରୁଥିଲେ। ଅପରାହ୍ଣ ପ୍ରାୟ ୩ଟାରେ ବବ୍ଲୁ ମାଲକାନଗିରିଠାରେ ବସ୍କୁ ଅଟକାଇ ଝାଡ଼ା ଯାଇଥିଲେ। ପୁଣି ବସରେ ବସି ଆସୁଥିବା ସମୟରେ କୋକସରା ଥାନା ମୋଟେର ଛକ ନିକଟରେ ସେ ଅସୁସ୍ଥ ହୋଇପଡ଼ିଥିବା ବସ୍ କଣ୍ଡକ୍ଟର ଦେଇଥିଲେ। ସଂଗେ ସଂଗେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧର୍ମଗଡ଼ ପୁଲିସ ଏସ୍ଆଇ ବିପିନ କୁଳଦୀପ ଶବ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଶ୍ରୀ କୁଳଦୀପ ପ୍ରକାଶ କରିଛନ୍ତି। ବବଲୁ ଅସୁସ୍ଥ ଥିଲେ ବୋଲି ପରିବାର ଲୋକଙ୍କଠାରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/c4b6f7d3-a661-4492-be51-c3017ec2f9dd.jpg)