ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମେଳଣପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ଦୁଇଦିନିଆ ବକ୍ସିଂ ତାଲିମ ଶିବିର ଶନିବାର ଦିନ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ମସାଲ ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ପହଞ୍ଚିଥିଲେ। ଏହାପରେ ଉଦଘାଟନୀ ପର୍ବ ଆରମ୍ଭ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ବକ୍ସିଂ ଆସୋସିଏସନର ସଭାପତି ରାମକୁମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବକ୍ସିଂ ଖେଳ ପାଇଁ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି। ଆୟୋଜନ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହତି ଛାତ୍ରଛାତ୍ରୀ ମାନେ ରାଜ୍ୟ ତଥା ଦେଶପାଇଁ ସୁନାମ ଆଣିବେ ବୋଲି କହିଥିଲେ।‌

Advertisment

ବକ୍ସିିଂ  ତାଲିମ ଶିବିର ଭାରତୀୟ ସେନା ବାହିନୀର ପୂର୍ବତନ କୋଚ୍ ମସୁଦ୍ ଆଲାମ୍ ଶିବିରାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ  ଶିବିରରେ  ୪୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶିବିରରେ ଅନୁଷ୍ଠାନ ତରଫରୁ ପିତବାସ ଶତପଥୀ, ଦିପଙ୍କର ପଣ୍ଡା, ରାମେଶ୍ୱର ମେହେର, ଗୋକୁଳାନନ୍ଦ ନାଏକ, କୃତିବାସ ଶତପଥୀ, ବ୍ରଜଗୋପାଲ ପଣ୍ଡା, ରାଜେସ କୁମାର ମେଣ୍ଡିଲୀ, ପପୁନ ମେହେର ପ୍ରମୁଖ ସହାୟତା କରିଥିଲେ।

ସମ୍ମାନିତ ଅତିଥି ଭାବରେ ବରିଷ୍ଟ ସାମ୍ବାଦିକ ଯୁଗଳ କିଶୋର ମିଶ୍ର, ଅଧ୍ୟାପକ କିଶୋର କୁମାର ସାହୁ, ବାଗବର ସରପଞ୍ଚ ବ୍ୟୋମୋକେଶ ପଣ୍ଡା ଓ ଭାରତୀୟ ସେନା ବାହିନୀର ପୂର୍ବତନ କୋଚ୍ ମସୁଦ୍ ଆଲାମ୍ ପ୍ରମୁଖ ମଞ୍ଚାସିନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଶିକ୍ଷକ ଗିରିଜା ଶଙ୍କର ପଣ୍ଡା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବ୍ୟୋମୋକେସ ପଣ୍ଡା।