ବାଲିଅନ୍ତା: ପାହାଳ ଥାନା ପୁଲିସ ଆଜି ଦୁଷ୍କର୍ମ ମାମଲରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ କିଶନ ଅଗ୍ରୱାଲ(୨୪)। ତେବେ କୋର୍ଟରେ କିଶନର ଜାମିନ ଖାରଜ ହୋଇଟିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କିଶନ ବିରୋଧରେ ପାହାଳ ଥାନାରେ ନଂ ୬୬/୨୨ରେ ମାମଲା ରୁଜୁ ହୋଇଥିଲା। ସୂଚନା ଅନୁସାରେ କିଶନ ଜଣେ ବ୍ୟବସାୟୀ। ସେ ପାହାଳ ଥାନା ଅଞ୍ଚଳରେ ଘର ଭଡ଼ା ନେଇ ଏକୁଟିଆ ରହୁଥିଲେ।
କିଶନ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସବାରକୁ ନିୟମିତ ଯିବା ଭିତରେ ସେଠାକୁ ଆସୁଥିବା ଜଣେ ୨୧ ବର୍ଷୀୟ ଯୁବତୀଙ୍କ ସହ ଚିହ୍ନା ପରିଚୟ ହୋଇଥିଲା। ଏହାପରେ ଉଭୟ କିଶନ ଓ ଉକ୍ତ ଯୁବତୀଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଗତ ସପ୍ତାହରେ କିଶନ ସମ୍ପୃକ୍ତ ଯୁବତୀଙ୍କୁ ନିଜ ରୁମକୁ ଡକାଇ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ପରେ କିଶନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/rape-1.jpg)