ବେକରେ ରଶି ଲଗାଇ ନାବାଳକର ଆତ୍ମହତ୍ୟା

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ କୋନ୍ଦିଓଡା ଗ୍ରାମ ପିପଲପଡା ସାହିର ଜଣେ ନାବାଳକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ମଦନ ମାଝୀ (୧୫)।

ସୂଚନାରୁ ପ୍ରକାଶ ଯେ, କୋନ୍ଦିଓଡା ଗ୍ରାମ ପିପଲପଡା ସାହିର ଜରାଫ ମାଝୀଙ୍କ ପୁଅ ମଦନ ଗତ ୨୩ ତାରିଖ ଦିନ ଠାରୁ ନିଖୋଜ ଥିଲେ। ପରିବାରବର୍ଗ ଆଖପାଖ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପୁଅର ସନ୍ଧାନ ପାଇନଥିଲେ। ତେବେ ଆଜି ସକାଳୁ କୋନ୍ଦିଓଡା ଗ୍ରାମ ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏକ ମକାବାଡ଼ିଆଡୁ ଦୁର୍ଗନ୍ଧ ହେବାରୁ ଗ୍ରାମବାସୀ ସନ୍ଦେହ କରିଥିଲେ। ପରିବାର ବର୍ଗ ମକାବାଡ଼ି ଭିତରକୁ ଯାଇ ଦେଖିବାବେଳେ ଏକ ଗଛରେ ବେକରେ ରଶି ଲଗାଇ ମଦନ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ।

ଏନେଇ ମୃତକଙ୍କ ପରିବାରବର୍ଗ ଆଜି ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ। ଚନ୍ଦାହାଣ୍ଡି ଥାନା ଏଏସ୍‌ଆଇ ଅମର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଆଣିଥିଲେ। ଡଃ. ସୌମ୍ୟରଞ୍ଜନ ସାହୁ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ମୃତ ନାବାଳକଙ୍କ କିଛି ଦିନରୁ ମାନସିକ ଅବସ୍ଥା ଭଲ ନଥିବା ପରିବାରବର୍ଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର