ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ଧଉଳି: ଆଜି ଅପରାହ୍ନ ୩ଟା ସମୟରେ ଧଉଳି ଥାନା ଅଧୀନ ସରଦେଇପୁର ଅଞ୍ଚଳରେ ରହୁଥିବା ଭୋଇ ବେକାର ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ହେଲେ ଅଜୟ ଭୋଇ(୨୫)। ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଥିବା ଅଜୟଙ୍କ ବେକରୁ ଗାମୁଛା କାଟି ତଳକୁ ଆଣିଥିଲେ। ହେଲେ ସେତେବେଳଙ୍କୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ମାମଲା ନଂ ୧୪/୨୧ରେ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ ଅଜୟଙ୍କ ବାପା ପୂର୍ଣ୍ଣଚନ୍ଦ୍ର ଭୋଇ ଏବଂ ମାଆ ରମା ଭୋଇ ସ୍ଥାନୀୟ ହୋଟେଲରେ କାମ କରନ୍ତି।

ପୁରୀ ଜିଲ୍ଲା ଅଧୀନ ସତ୍ୟବାଦୀ ଥାନା ଅଧୀନ ଗଉଡ଼ହାଟ ଗ୍ରାମର ଏହି ପରିବାର ଦୀର୍ଘବର୍ଷ ହେବ ସରଦେଇପୁର ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ। ଆଜି ଦିନ ଦି‘ଟା ସମୟରେ କୌଣସି କଥାକୁ କେନ୍ଦ୍ରକରି ଅଜୟଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏହାର କିଛି ସମୟ ପରେ ଅଜୟ ଘର ଆଜବେଷ୍ଟସ ଲୁହା ଆ‌ଙ୍ଗଲରେ ଗାମୁଛା ବାନ୍ଧି ଝୁଲିପଡ଼ିଥିଲେ। ପରବାର ଲୋକ ଏନେଇ ଧଉଳି ଥାନାକୁ ଫୋନ କରି ଜଣାଇବା ପରେ ପୁଲିସ ଉପସ୍ଥିତିରେ ମୃତଦେହ ତଳକୁ ଅଣାଯାଇଥିଲା।

ସମ୍ବନ୍ଧିତ ଖବର