ବେକରେ ଗାମୁଛା ଦେଇ ଯୁବକଙ୍କ ଆତ୍ମହତ୍ୟା

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ହାଟପଦା ସାହିର ଜଣେ ଯୁବକ ଆଜି ଅପରାହ୍ନରେ ଏକ ବରଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହାଟପଦା ସାହିର ଲାଇବନ ଦାସ (୨୨) ବୋଲି ଜଣାପଡିଛି। ଏ ନେଇ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନାଅନୁଯାୟୀ, ଆଜି ଅପରାହ୍ନରେ ଡାବୁଗାଁ ହାଟପଦା ସାହିରେ ରହୁଥିବା ଲକ୍ଷ୍ମଣ ଦାସଙ୍କ ପୁଅ ଲାଇବନ ଦାସ ଓରଫ ବୁଟୁ (୨୨) ହାଟପଦା ସାହିର ଏକ ନିଛାଟିଆ ସ୍ଥାନରେ ଥିବା ବରଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ସେହି ରାସ୍ତା ଦେଇ ଯାଉଥିବା ହାଟପଦା ସାହିର କିଛି ଲୋକ ଅପରାହ୍ନ ୪ଟା ସମୟରେ ଏହା ଦେଖିବା ପରେ ସେଠାରେ ପ୍ରବଳ ଗହଳି ହୋଇଥିଲା।

ଏହାପରେ ଲାଇବନ ବରଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ନେଇ ଉପସ୍ଥିତ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଖବର ପାଇ ତୁରନ୍ତ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରିଥିଲା। ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତା କାଲି ଶବ ବ୍ୟେବଛେଦ ହେବ ବୋଲି ଜଣା ପଡ଼ିଛି। ତେବେ ଲାଇବନ ଦାସର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମାନସିକ ସନ୍ତୁଳନ ରକ୍ଷା କରି ନ ପାରି ସେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। ସୂଚନାଥାଉକି, ଗତ ବର୍ଷ ଏହି ବରଗଛରେ ପୂର୍ବରୁ ମଧ୍ୟ ହାଟପଦା ସାହିର ଜଣେ ବ୍ୟକ୍ତି ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର