କୀଟନାଶକ ପିଇ ଯୁବକଙ୍କ ଆତ୍ମହତ୍ୟା

ସେମିଳିଗୁଡା: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦଳେଇଗୁଡ଼ା ପଞ୍ଚାୟତ ରାନିକଣା ଗ୍ରାମର ଜଣେ ଯୁବକ ବିଲରେ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିବା ଜଣା ପଡିଛି। ସୂଚନାରୁ ପ୍ରକାଶ ଯେ, ରାନିକଣା ଗ୍ରାମର ଦିଲ୍ଲୀପ ଦିଶାରୀ (୨୭) ବର୍ଷ ମିସ୍ତ୍ରୀ କାମ କରି ଚଳୁଥିଲେ। ଗତ ଏକବର୍ଷ ହେବ ସେ ଅତ୍ୟଧିକ ମଦ୍ୟପାନ କରି ଗାଁରେ ପାଗଳଙ୍କ ପରି ବୁଲିବା ସହ ନିୟମିତ କାମ କରିବାକୁ ଯାଉ ନଥିଲେ।

ଗତକାଲି ଦିନ ୧୨ ଟା ସମୟରେ ନିଜ ଗାଁ ପାଖରେ ଥିବା ଅଦା କ୍ଷେତରେ ଦିଲ୍ଲୀପ ଅଚେତ ଅବସ୍ଥାରେ ପଡ଼ିଥିବା ଓ ପାଖରେ ଏକ କୀଟନାଶକ ବୋତଲ ପଡ଼ିଥିବା ଦେଖି ଗ୍ରାମବାସୀ ତାଙ୍କୁ ତୁରନ୍ତ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ ମଧ୍ୟ ଶରୀରରେ ବିଷ କ୍ରିୟା ଯୋଗୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ସେମିଳିଗୁଡା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର