ଯାଜପୁର: ଅବହେଳିତ ଶିଶୁପୁତ୍ର ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲାରୁ ସୋମବାର ଏକ ଅବହେଳିତ ଶିଶୁପୁତ୍ର ଉଦ୍ଧାର ହୋଇଛି। ୪ମାସର ଏହି ଶିଶୁପୁତ୍ରକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲୁସି)ଉଦ୍ଧାର କରିଛନ୍ତି।

କୁହାଯାଉଛି କି, ସ୍ଥାନୀୟ ଅଞ୍ଚଳର ଜନୈକା ବୃଦ୍ଧା ସୀତା ପାତ୍ର ଏହି ୪ମାସ ଶିଶୁ ପୁତ୍ରକୁ ନିଜ ପାଖରେ କିଛିଦିନ ହେବ ରଖିଥିଲେ। ତେବେ ଶିଶୁର ସଠିକ୍‌ ପରିଚୟ ଦେଇ ନ ପାରିବାରୁ କିଛିଲୋକ ଏହାକୁ ନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ଜିଲ୍ଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲୁସି)ଶିଶୁକୁ ବୃଦ୍ଧାଙ୍କ ପାଖରୁ ଉଦ୍ଧାର କରି ଯାଜପୁର ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡାକ୍ତର ଶିଶୁଟି ଶରୀରର ସମ୍ପୂର୍ଣ୍ଣ ଯାଞ୍ଚ କରିବା ପରେ ୪ମାସ ଶିଶୁପୁତ୍ରକୁ ଯାଜପୁର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରେ ରଖାଯାଇଛି।

ସମ୍ବନ୍ଧିତ ଖବର