ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କାଣ୍ଡଗରଡି ପଂଚାୟତ ତେନ୍ତୁଳିଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗାଁର ଦୁଇ ବାଳକ ଯାଉଥିବା ବେଳେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ଚାନ୍ଦବାଲି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ଜଣଙ୍କ ତେନ୍ତୁଳିଦା ଗାଁର ରମେଶ ପରିଡାଙ୍କ ସାନ ପୁଅ ସିପୁନ ପରିଡା ଓରଫ କାଳିଆ ପରିଡା (୧୬) । ଆହତ ହୋଇଥିବା ବାଳକ ସଞ୍ଜୟ ନାୟକଙ୍କ ପୁଅ ପ୍ରକାଶ ନାୟକ (୧୨)।
ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ଟା ସମୟରେ ଗାଁ ନିକଟ ପୋଖରୀ ହୁଡ଼ାରେ ସିପୁନ ପରିଡା ଏବଂ ପ୍ରକାଶ ନାୟକ ଯାଉଥିବା ବେଳେ ବଜ୍ରାପାତ ହୋଇଥିଲା । ଏଥିରେ ସିପୁନ ପରିଡା ଘଟଣା ସ୍ଥଳରେ ଟଳି ପଡ଼ିଥିବା ବେଳେ ନିକଟରେ ଥିବା ପ୍ରକାଶଙ୍କୁ ଆଘାତ ଲାଗିଥିଲା । ସଂଗେସଂଗେ ଗ୍ରାମ ଲୋକ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିବାବେଳେ ସିପୁନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ପ୍ରକାଶ ନାୟକଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ସହିତ ଅଧିକ ଚିକିତ୍ସା ପାଇଁ ଭଦ୍ରକ ରେଫର ପାଇଁ ଡାକ୍ତର ବିଷ୍ଣୁ ସାହୁ କହିଛନ୍ତି । ଏଠାରେ ପ୍ରକାଶ ଥାଉକି ରମେଶ ପରିଡା ଜଣେ ଗରିବ ଚାଷୀ. ତାଙ୍କର ୩ଗୋଟି ଛୋଟ ଛୋଟ ପୁଅ । ଜଣେ ଶାରୀରିକ ବିକଳାଙ୍ଗ ଅନ୍ୟ ଜଣେ ଛୋଟ ନାବାଳକ । ସିପୁନ ସବା ସାନ ପୁଅ ଥିଲା । ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/SJM-L-LIGHTNING-0817-11.jpg)