ଅଜଣା ଗାଡି ଧକ୍କାରେ ଚିକିତ୍ସାଧୀନ ଥିବା ଯୁବକ ମୃତ

ବାରିପଦା: ଚଳିତ ମାସ ୧୧ ତାରିଖରେ ଶ୍ୟାମାଖୁଣ୍ଟା ବ୍ଲକ ପୋଡାଅସ୍ତିଆସ୍ଥିତ ଡିଭାଇନ କଲେଜ ସମ୍ମୁଖରେ ଶସାଙ୍କ ଶେଖର ଉପାଧ୍ୟାୟ (୪୬) ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡି ଧକା ଦେଇଥିଲା। ଖୁଣ୍ଟା ଥାନା ଅଧିନ ନିଜ ଗ୍ରାମକୁ ଚମ୍ପାଗଡ଼ିକୁ ଫେରୁଥିବା ସମୟରେ ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା।

ଗୁରୁତର ଅବସ୍ଥାରେ ଶ୍ମଶାନକୁ ପ୍ରଥମେ ବାରିପଦାସ୍ଥିତ ପିଆରଏମ ମେଡ଼ିକାଲରେ ଭର୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର