ଦଶରଥପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିନସ୍ଥ ବିରିପଟା ଗ୍ରାମର ଗୌତମ ମଲ୍ଲିକଙ୍କ ପୁଅ ସୁମନ୍ତ ମଲ୍ଲିକ(୧୨)ଙ୍କ ଅକାଳ ବିୟୋଗ ହୋଇଯାଇଛି। ସେ ଗୁରୁବାର ନିଜ ଘର ନିକଟରେ ଥିବା ଜାମୁ ଗଛରୁ କୋଳି ତୋଳିବା ନିମନ୍ତେ ଗଛକୁ ଚଢି ଥିବାବେଳେ ଅସାବଧାନତାବଶତଃ ଗଛରୁ ଖସି ପଡିଥିଲେ। ତଳେ ଖସି ପଡିବା ଫଳରେ ତାଙ୍କ ମୁଣ୍ଡ ଏବଂ ଶରୀରରେ ଗଭୀର କ୍ଷତ ହେବା ସହିତ ପ୍ରବଳ ରକ୍ତଶ୍ରାବ ହୋଇଥିଲା। ତେଣୁ ତାଙ୍କୁ ତୁରନ୍ତ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା।
ପ୍ରକାଶଥାଉ କି, ସେ ବିରିପଟା ହାଇସ୍କୁଲରେ ୮ମ ଶ୍ରେଣୀର ଛାତ୍ର ଥିଲେ। ଆଜି ଗୁରୁବାର ସ୍କୁଲ ଛୁଟି ଥିବାରୁ ସେ ସାଙ୍ଗମାନଙ୍କ ସହିତ କୋଳି ଖାଇବା ପାଇଁ ଜାମୁ ଗଛକୁ ଚଢିଥିଲେ। ଗୌତମଙ୍କର ୨ ପୁଅ ଏବଂ ଗୋଟିଏ ଝିଅ ଥିବାବେଳେ ମୃତ୍ୟବରଣ କରିଥିବା ସୁମନ୍ତ ବଡ ପୁଅ ଥିଲା। ଖବର ପାଇ ମଙ୍ଗଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)