ହିଟର ସକ୍ରେ ଯୁବକ ମୃତ
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସ୍ଥିତ ଭାଟିଶାଲ ପଡାରେ ଜୈନିକ ଯୁବକ ହିଟର ସକ୍ ଦ୍ବାରା ପ୍ରାଣ ହରାଇଥିବା ଜଣାପଡିଛି। ଭାଟିଶାଲ ପଡାରେ ରହୁଥିବା ପଙ୍କଜ ମେହେର କ୍ଷୀର ଗରମ କରିବା ପାଇଁ ହିଟର ଲଗାଇଥିଲେ। ତେବେ କ୍ଷୀର ଗରମ କରୁଥିବା ସମୟରେ ପଙ୍କଜ ହିଟର ସକ୍ରେ ଆସିଥିଲେ। ସକ୍ ମାରିବା ଦ୍ବାରା ସେ ଗୁରୁତର ହୋଇ ଅଚେତ ହୋଇ ପଡିଥିଲେ। ଏହା ଜାଣି ପରିବାରବର୍ଗ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେଠାରେ ଡାକ୍ତର ପଙ୍କଜଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ଏହାକୁ ନେଇ ପାଟଣାଗଡ଼ ପୁଲିସ କେସ ନଂ ୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ମୃତ ଶରୀରର ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି।