ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଜଗତି ଗ୍ରାମକୁ ଫୁଲବାଣୀ ଜିଲ୍ଲା ଗୁଞ୍ଜୁଗୋଡ଼ା ଗ୍ରାମର ଶ୍ରବଣ ବାରିକ (୨୮) ନିଜ ଶଶୁର ଘରକୁ ଗୁରୁବାର ସନ୍ଧ୍ୟା ୭ଟାରେ ଆସୁଥିବା ବେଳେ ହନୁମାନ ମନ୍ଦିର ନିକଟସ୍ଥ ପାଣିଟାଙ୍କି ପାଖରେ ଥିବା ଏଲଏଣ୍ଡଟି ଖୋଲି ଥିବା ଗାଡରେ ତାଙ୍କ ବାଇକରେ ପଡି ଯାଇଥିଲି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନରେ ଭର୍ତ୍ତି କରିଥିଲେ।
ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନକ୍ଷନ୍ତର କରାଯାଇଥିଲା। ଚିକିତ୍ସା ଚାଲିଥିବା ସମୟରେ ଶନିବାର ଦିବା ୧୨ ଘଣ୍ଟା ସମୟ ତାଙ୍କର ମୃତ୍ୟୁ ଘଟିଛି। ଏହି ରାସ୍ତା ଉପରେ ଏଲଏଣ୍ଡଟି ଗାତ ଖୋଲି ଠିକରେ ପୋତୁ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଘଟୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead-body.jpg)