ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ୍ୟୁ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକର ମୃତ୍ୟ ହୋଇଛି। ସୂଚନା ଅନୁଯାୟୀ, ତେଲନଦୀ ଗ୍ରାମର ରାଇଧର ଭୁଞ୍ଜିଆଙ୍କ ଦ୍ଵିତୀୟ ପୁଅ ଭଗବାନ ଭୁଞ୍ଜିଆ (୨୬) ଗତକାଲି ଘର ଠାରୁ ଅଧ କିଲୋମିଟର ଦୂରରେ ଥିବା ମକ୍କା ବାଡ଼କୁ ଯାଇଥିବା‌େବେଳ ସେଠାରେ ହଠାତ୍‌ ଏକ ବିଷାକ୍ତ ସାପ ଭଗବାନଙ୍କ ବାମ ଗୋଡ଼କୁ କାମୁଡି ଥିଲା। ଏହା ଜାଣିବା ପରେ ଭଗବାନ ଘରକୁ ଦୌଡ଼ି ଆସି ପରିବାର ଲୋକଙ୍କୁ ଜଣାଇଥିଲେ। ତେବେ ପରିବାର ଲୋକ ତୁରନ୍ତ ଭଗବାନଙ୍କୁ ଉମରକୋଟ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ସମୟରେ ଭଗବାନଙ୍କ ମୃତ୍ୟୁ ହୋଇଥିଲା। ପରିବାର ପକ୍ଷରୁ ଗତକାଲି ଉମରକୋଟ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରାଯାଇଛି। ପରେ ଆଜି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭଗବାନଙ୍କ ଶବ ତେଲନଦୀ ପହଂଚିବା ପରେ ଶୋକାକୂଳ ପରିବେଶରେ ତାଙ୍କ ଶେଷକୃତ ସମ୍ପନ୍ନ କରାଯାଇଛି।

ସମ୍ବନ୍ଧିତ ଖବର