ଗରଦପୁର: ଚିତ୍ରୋତ୍ପଳା ନଦୀରେ ବୁଡ଼ିଗଲେ ଦୁଇ ନାବାଳକ। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ମିଶର ଗାଁ ଗଡ଼ାରେ ଗାଧୋଉଥିବା ବେଳେ ଦୁଇଜଣ ନାବାଳକ ବୁଡ଼ିଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ମିଶର ଗାଁର ଆଶିଷ କୁମାର ମଲ୍ଲିକଙ୍କ ପୁଅ ଆରିଅନ୍ ମଲ୍ଲିକ(୧୧) ଓ ତାଙ୍କ ଘରକୁ ଆସିଥିବା କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ୍ ନରେନ୍ଦ୍ରପୁର ନିକଟ ଅସରପଡ଼ା ଗ୍ରାମର ବିଶ୍ୱନାଥ ମଲ୍ଲିକଙ୍କ ପୁଅ ସାଇନ୍ ମଲ୍ଲିକ (୧୩) ଦୁହେଁ ଚିତ୍ରୋତ୍ପଳା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀରେ ଗାଧୋଉଥିବା ବେଳେ ଦୁଇ ଜଣଯାକ ବୁଡ଼ିଯାଇଥିଲେ।
ଗ୍ରାମବାସୀ ଓ କୋରୁଆ ଅଗ୍ନିଶମ ବାହିନୀ ଖୋଜା ଖୋଜି କରି ସାଇନ ମଲ୍ଲିକକୁ ସଙ୍କଟାପନ୍ନ ଅବସ୍ଥାରେ ନିଶ୍ଚିନ୍ତକୋଇଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଥିବାବେଳେ ଏବେବି ଆରିଅନ ମଲ୍ଲିକ ନିଖୋଜ ରହିଛି। ନଦୀରେ ଆରିଅନଙ୍କ ଖୋଜା ଜାରି ରହିଥିବା ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/WhatsApp-Image-2022-07-10-at-3.25.58-PM.jpeg)